କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍
Advertisement
trendingNow11079601

କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । 

କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ ସଙ୍କଟ ଜାରି ରହିଛି । ତଥାପି ଗତକାଲି ଅପେକ୍ଷା ଆଜି କୋରୋନା ମାମଲାରେ ହ୍ରାସ ଦେଖାଦେଇଛି । ସେପଟେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ରେକର୍ଡ କରାଯାଉଛି । ସେହିପରି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୫ ହଜାର ୮୭୪ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୪ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୭,୭୫୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧୨,୪୯୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧୫.୫୨ ପ୍ରତିଶତ ରହିଛି । ଗତକାଲି ଦେଶରେ ଦୈନିକ ସଂକ୍ରମଣ ଦର ୨୦.୭୫ ଥିଲା । 

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୯୭ ଲକ୍ଷ ୯୯ ହଜାର ୨୦୨ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୭୦ ଲକ୍ଷ ୭୧ ହଜାର ୮୯୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୨୨ ଲକ୍ଷ ୩୬ ହଜାର ୮୪୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୯୦ ହଜାର ୪୬୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-କୋରୋନାର ଅନ୍ତକୁ ନେଇ ବହୁତ ବଡ଼ ବୟାନ ଦେଲା WHO

ଏହା ବି ପଢ଼ନ୍ତୁ:-'ସିଦ୍ଧୁଙ୍କୁ କ୍ୟାବିନେଟରେ ରଖିବା ପାଇଁ ପାକିସ୍ତାନରୁ ଆସିଥିଲା ମେସେଜ୍'

ଏହା ବି ପଢ଼ନ୍ତୁ:-'ଯଦି ମୁଁ କୋହଲିଙ୍କ ସ୍ଥାନରେ ଥା'ନ୍ତି, ମୁଁ କେବେ ବିବାହ କରି ନ ଥା'ନ୍ତି', ଜାଣନ୍ତୁ କାହିଁକି ଏପରି କହିଲେ ଏହି ଭେଟେରାନ୍ କ୍ରିକେଟର

 

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଜାନୁଆରୀ ୨୪ ପର୍ଯ୍ୟନ୍ତ ସାରା ଦେଶରେ ୧୬୨ କୋଟି ୯୨ ଲକ୍ଷ ୯ ହଜାର ୩୦୮ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨ ଲକ୍ଷ ୨୯ ହଜାର ୯୫୬ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୧ କୋଟି ୮୮ ଲକ୍ଷ ୨ ହଜାର ୪୩୩ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଲକ୍ଷ ୪୯ ହଜାର ୧୦୮ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ ଅଧିକ ରହିଛି ।

Trending news